ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିଲା । ଏହି ଏକ ଦିନିକିଆ ଧର୍ମଘଟ ଯୋଗୁ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୩୨ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଶିଳ୍ପ ସୂତ୍ରରୁ ପ୍ରକାଶ ପାଇଛି । ପ୍ରକୃତ କ୍ଷତି ଏହାଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ସକାଳ ୧୧ରୁ ଦିନ ୩ଟା ଯାଏଁ ଧର୍ମଘଟ ପ୍ରଭାବ ଦେଖାଯାଇଛି । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଭଳି ଦେଶର ଉତ୍ତର ଭାଗରେ ରହିଥିବା ସ୍ଥାନଗୁଡିକରେ ଗତ ପ୍ରାୟ ୧୨ ଦିନ ହେବ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସୁଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0