ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ପରେ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କୃଷି ଆନ୍ଦୋଳନର ମଙ୍ଗ ଧରିଥିବା ଚାଷୀ ନେତା ରାକେଶ ଟିକାୟତ ଏହାକୁ ସହଜରେ ଗ୍ରହଣ କରୁନାହାଁନ୍ତି । ସେ କହିଛନ୍ତି, ଆମେ ଏବେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ଯେବେ ଏହି କୃଷି ଆଇନକୁ ବିଧିବଦ୍ଧ ଭାବେ ରଦ୍ଦ କରାଯିବ ସେତେବେଳେ ଏହି ଆନ୍ଦୋଳନରୁ ହଟିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରେ ବିଶ୍ୱାସ ନକରିବା ପ୍ରଶ୍ନରେ ରାକେଶ ଟିକାଇଟ କହିଛନ୍ତି ଯେ ମୁଁ ତଥାପି ବିଶ୍ୱାସ କରେ ନାହିଁ । ୨୯ ତାରିଖରେ ସଂସଦରେ ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ନ ଆସିବା ପର୍ଯ୍ୟନ୍ତ ଆମେ ଘରକୁ ଯିବୁନି, ଆନ୍ଦୋଳନ ଜାରି ରଖିବୁ । ଏହାଛଡା ସରକାର ଏମଏସପି ସହ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଏମଏସପି ଏବଂ ବିଦ୍ୟୁତ ଆଇନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ଉଚିତ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0