ବୈପାରିଗୁଡା: କମୁଛି ମାଟି ପାତ୍ରର ଚାହିଦା । ପ୍ଳାଷ୍ଟିକ ମୁହାଁ ହେଉଛନ୍ତି ଲୋକେ । କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର । ବାହାଘର ହେଉ କି ପୂଜାପର୍ବାଣୀ, ସବୁଠି ଖୋଜାଯାଏ ମାଟି ପାତ୍ର । ହେଲେ ଆଜିକାଲି ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ମାଟି ପାତ୍ରର ଆଦର କମିବାରେ ଲାଗିଛି । ଅନ୍ୟପଟେ କଞ୍ଚା ମାଲର ଅଭାବ ଓ ବେପାର ସମସ୍ୟା ନେଇ ନିଜର କୌଳିକ ବୃତ୍ତି ଛାଡିବାକୁ ବସିଲେଣି କୁମ୍ଭାର ପରିବାର।
ଦିନଥିଲା କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସନ୍ତେଇପୁଟ ଏବଂ ବାତ୍ରିପୁଟ ଗାଁର ମାଟି ତିଆରି ସାମଗ୍ରୀର ବେଶ ଚାହିଦା ଥିଲା । କିନ୍ତୁ ଏବେ ବର୍ଷ ବର୍ଷର ବେଉସା ବୁଡିବାକୁ ବସିଲାଣି । କାରଣ କୁମ୍ଭାରମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ଏବେ ଆଉ ମିଳୁନି, ଫଳରେ ଅନ୍ୟାନ୍ୟ ସମସ୍ୟା ସହ ଜାଳେଣିର ସମସ୍ୟା ମଧ୍ୟ ଦେଖାଦେଉଛି । ଆଗକୁ ସରକାରୀ ପ୍ରୋତ୍ସାହନ ନମିଳିଲେ କାରିଗରମାନେ ବାଧ୍ୟ ହୋଇ ନିଜର କୌଳିକ ବୃତ୍ତି ଛାଡିବେ ବୋଲି ପ୍ରକାଶ କରିଛନ୍ତି ।
ମାଟି କାରିଗରମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଏହି ପାରମ୍ପରିକ ଶିଳ୍ପ ଯେ, ଲୋପ ପାଇଯିବ ସେଥିରେ ସନ୍ଦେହ ନାହିଁ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0