ରାଜ୍ୟରେ ମଙ୍ଗଳବାରଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ନେଇ ନଥିବା ଲୋକଙ୍କୁ ନଭେମ୍ବର ମାସରେ ପଥମ ଡୋଜ୍ ଟିକା ନେବାକୁ ପ୍ରବର୍ତ୍ତା ଯିବ । ଏହା ହେଉଛି ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ୍ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ନର୍ସ, ଏସଏଚଜି ଗ୍ରୁପଙ୍କ ସହଯୋଗରେ ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ଡ୍ୟୁ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକାକରଣ ଦିଆ ଯାଇପାରିବ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0