ଆସନ୍ତା ୧୮ ତାରିଖରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର । କୋଭିଡ ମହାମାରୀ ଯୋଗୁଁ ଦିର୍ଘ ଦିନ ହେବ ବନ୍ଦ ରହିଥିଲା ସମସ୍ତ ମନ୍ଦିର । ତେଣୁ କୋଭିଡ କଟକଣା ଅନୁଯାୟୀ ଭକ୍ତମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ମନ୍ଦିରରେ ସାଧାରଣ ଦର୍ଶନ ସକାଳ ୮ଟାରୁ ମଧ୍ୟାହ୍ନ ୧୨.୩୦ ମିନିଟ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ ପର୍ଯ୍ୟନ୍ତ ରହିବ । ଭକ୍ତମାନଙ୍କ ପାଇଁ ସମାଜିକ ଦୂରତା ରକ୍ଷାକରି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ମନ୍ଦିର ବେଢା ଭିତରେ ୨୫ରୁ ୩୦ ଜଣ ମଧ୍ୟରେ ଭକ୍ତ ପ୍ରବଶେ କରିପାରିବେ । ମନ୍ଦିର ଭିତରେ କୌଣସି ଭୋଗ ଦୀପ, ଧୂପ ଲାଗି କରିପାରିବେ ନାହିଁ ଶ୍ରଦ୍ଧାଳୁ । ୧୦ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0