spot_img

ବୈଠକ ପୂର୍ବରୁ କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ବୈଠକ ପୂର୍ବରୁ କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ । ପ୍ରସ୍ତାବ ମୁତାବକ ସର୍ବନିମ୍ନ ସହାୟକ ଦର ଆଇନରେ ପରିଣତ କରିବେ ସରକାର ଓ ଏପିଏମସିରେ କିଛି ପରିବର୍ତ୍ତନ ପାଇଁ ରାଜି ହୋଇଛନ୍ତି ସରକାର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବ ମୁତାବକ ମଣ୍ଡି ଆଇନରେ ବଡ ପରିବର୍ତ୍ତନ କରାଯାବ । ଘରୋଇ ଯୋଗାଣକାରୀମାନେ ପଞ୍ଜିକରଣ କରିବାକୁ ବାଧ୍ୟ ହେବେ । ଚୁକ୍ତି ଚାଷରେ କମ୍ପାନୀମାନେ କିଛି ଅନ୍ୟାୟ କଲେ କୃଷକମାନେ କୋର୍ଟକୁ ଯାଇପାରିବାର କ୍ଷମତା ମିଳିବ । ଏନେଇ ଆଗାମୀ ଦିନରେ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ବି ସରକାର ରାଜି ହୋଇଥିବା ସୂଚନା ମିଳିଛିି । ହେଲେ ଏବେ ସରକାର କୃଷି କ୍ଷେତ୍ରରେ ବିଦ୍ୟୁତ ଯୋଗାଣ ଓ ମୂଲ୍ୟ ଆଦାୟ ଉପରେ କୌଣସି ଆମାଣ୍ଡମେଣ୍ଟ ପାରିତ କରିବାକୁ ପ୍ରସ୍ତୁତ ନାହାନ୍ତି ।
ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟମନ୍ତ୍ରୀ ସୋମ ପ୍ରକାଶଙ୍କ କହିବା ମୁତାବକ ଗତକାଲି ଗୃହମନ୍ତ୍ରୀ ଅମିତ ଶାହା କୃଷକ ମାନଙ୍କ ସହିତ କୃଷି ଆଇନର ପରିବର୍ତ୍ତନ ନେଇ କଥା ହୋଇଥିଲେ । କୃଷକ ମାନେ କାନୁନରେ ଯେଉଁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ସେଥିରେ ଶ୍ରୀ ଶାହା ରାଜି ହୋଇଥିଲେ । ଏନେଇ ଆଜି ସରକାର କୃଷକ ମାନଙ୍କୁ ଲିଖିତ ପ୍ରସ୍ତାବ ଦେବେ । ଏହାକୁ ବିଚାର କରି କୃଷକ ମାନେ ସରକାରଙ୍କୁ ଜଣାଇବେ । ଏପଟେ ସରକାରଙ୍କ ପ୍ରସ୍ତାବ ମିଳିବା ପୂର୍ବରୁ ଆନ୍ଦୋଳନରତ କୃଷକ ମାନେ ସିଂଘୁ ସୀମାରେ ବୈଠକ ଆରମ୍ଭ କରିଦେଇଛନ୍ତି ।। କୃଷି ଆଇନକୁ ବିରୋଧ କରି ଆଜକୁ ୧୪ ଦିନ ହେବ କୃଷକମାନେ ଦିଲ୍ଲୀ ସୀମାରେ ଆନେ୍ଦାଳନରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular