ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଚୟନ କମିଟି ବୁଧବାର ଟି-୨୦ ବିଶ୍ଵ କପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରି ପାରନ୍ତି। ବିଶ୍ଵ କପ୍ ପାଇଁ କିଛି ଖେଳାଳିଙ୍କ ସ୍ଥାନ ସୁନିଶ୍ଚିତ ହୋଇ ସାରିଥିବା ବେଳେ ଏମିତି ଆଉ କିଛି ଖେଳାଳି ଅଛନ୍ତି ଯାହାଙ୍କୁ ଦଳରେ ସ୍ଥାନ ମିଳିନପାରେ। ଭାରତୀୟ ସିନିୟର ଦଳର ରୟନକର୍ତ୍ତା ସୀମିତ ଓଭର କ୍ରିକେଟ୍ରେ ଦଳର ଅନୁଭବୀ ଖେଳାଳି ଶିଖର ଧାଓ୍ଵନଙ୍କୁ ଅଣଦେଖା କରି ପାରନ୍ତି। ଏହାର ସବୁଠୁ ବଡ କାରଣ ଟି-୨୦ କ୍ରିକେଟ୍ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ସେତେଟା ଖାସ୍ ନୁହେଁ। ଧାଓ୍ଵନଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ପାଇଁ ଦଳର ଅଧିନାୟକ କରାଯାଇଥିଲା। ହେଲେ ଉକ୍ତ ଗସ୍ତରେ ଧାଓ୍ଵନଙ୍କ ପ୍ରଦର୍ଶନ କିଛି ଖାସ୍ ନଥିଲା। ଚୟନକର୍ତ୍ତା ଧାଓ୍ଵନଙ୍କ ଜାଗାରେ ଟି-୨୦ ବିଶ୍ଵ କପ୍ ପାଇଁ ପୃଥ୍ଵୀ ଶଙ୍କୁକ ସୁଯୋଗ ଦେଇ ପାରନ୍ତି। ଚଳିତ ବର୍ଷ ୟୁଏଇ ଓ ଓମାନରେ ବିଶ୍ଵ କପ୍ କ୍ରିକେଟ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ। ଟୁର୍ଣ୍ଣମେଣ୍ଟ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରି ଶକ୍ତିଶାଳୀ ଦଳ ନିଜର ଦଳ ଘୋଷଣା କରି ସାରିଛନ୍ତି। ଏବେ ସମସ୍ତଙ୍କର ନଜର ଭାରତୀୟ ଟିମ୍ ଉପରେ ରହିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0