ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଦାଲତରେ ବିଚାରାଧୀନ ରହିଛି | ସତ୍ତେ୍ୱ ଜିଲ୍ଲା ପ୍ରଶାସନ ଏହି ଧର୍ମଶାଳାର କିଛି ଜମିକୁ ଆଉ ୬ଜଣ ଲଜିଂ ମାଲିକଙ୍କୁ ବିକିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ମିସ୍କେସ୍ର ଶୁଣାଣି ଅବସରରେ ଉପରୋକ୍ତ ନିର୍ଦ୍ଦେଶ ଦେବାସହ ଏହି ମିସ୍କେସ୍ର ଅନ୍ତ ଘଟାଇଛନ୍ତି । ଗତ ଅଗଷ୍ଟ ୯ରେ ହାଇକୋର୍ଟ ଅନ୍ତରୀଣ ଆଦେଶରେ ବିବାଦୀୟ ଜମିର ବିକ୍ରି ଖର୍ଦ୍ଦିର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ କରିଥିଲେ । ବିଜେପି ନେତା ଡ. ସମ୍ବିତ ପାତ୍ର ଏବଂ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାଏର ହୋଇଥିବା ଏହି ସାନି ମିସ୍ କେସ୍ରେ ଜମିର ବିକ୍ରିଖର୍ଦ୍ଦି ଉପରେ ରହିତାଦେଶ ପାଇଁ ପୁଣି ଥରେ ପ୍ରାର୍ଥନା କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0