ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଗୋଟିଏ ଦନ୍ତା ହାତୀ ଫସି ରହିଛି | ପାଣିର ସ୍ରୋତରେ କୂଳକୁ ଆସିପାରୁନି ହାତୀ | ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀର ପ୍ରଚେଷ୍ଟା ଜାରି ରହିଛି | ଉଦ୍ଧାର ପାଇଁ ବହୁ ଅତ୍ୟାଧୁନିକ ସାମଗ୍ରୀ ନିୟୋଜିତ କରାଯାଇଛି | ଚନ୍ଦକା ଡିଏଫଓଙ୍କ ସହ ୧୦ ଜଣିଆ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀକୁ ଉଦ୍ଧାର ପାଇଁ ଓଡ୍ରାଫ ଟିମର ସହାୟତା ଲୋଡ଼ିଛନ୍ତି ରେଞ୍ଜର । ତେବେ ଏନେଇ ଡ଼ିଏଫଓ କହିଛନ୍ତି ହାତୀ ନିଜ ଉଦ୍ୟମରେ କୂଳକୁ ଆସିବାକୁ ଚାଁହୁଁଛି କିନ୍ତୁ ଲୋକଙ୍କ ଗହଳି ଦେଖି ହାତୀ ନିଜକୁ ସୁରକ୍ଷିତ ମନେ କରୁନାହିଁ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0