କେନ୍ଦୁଝର: କେନ୍ଦୁଝର ସଦର ବ୍ଳକ୍ ଅନ୍ତର୍ଗତ ହଳଦିଆଗୁଣା ଏମ୍ ଏସ୍ ପି ସ୍ପଞ୍ଜ ଆଇରନ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପକ୍ଷରୁ ଅଗ୍ନି ନିରାପତ୍ତା ସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ତିନି ଦିନ ଧରି ହେବାକୁ ଥିବା ଏହି କାର୍ୟ୍ୟକ୍ରମର ପ୍ରଥମ ଦିବସ ବଣୁଆଁ ଗାଁରେ ଅନୁଷ୍ଠିତ ହୋଇଥିଲା । କାର୍ୟ୍ୟକ୍ରମ ରେ କାରଖାନା ସଭାପତି ଇଂ ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ରୋଷେଇ ପାଇଁ ଏଲ ପି ଜି ଗ୍ୟାସ ବ୍ୟବହାର ସମୟରେ କେତୋଟି ଗୁରୁତ୍ୱପୂର୍ଣ କଥାକୁ ଧ୍ୟାନ ଦେବା ଆବଶ୍ୟକ । ସିଲିଣ୍ଡର ସୁରକ୍ଷିତ ବ୍ୟବହାର ଏବଂ କୈଣସି ଅଘଟଣ ଘଟିଲେ ଏହାକୁ କିଭଳି ନିୟନ୍ତ୍ରିତ କରାଯିବ ସେ ସମ୍ପର୍କରେ ବୁଝାଇଥିଲେ । ପରେ କାରଖାନା ଅଗ୍ନିଶମ ବିଭାଗ ପକ୍ଷରୁ ଡେମୋ ଦେଖାଇ ସଚେତନ କରାଯାଇଥିଲା । ପ୍ରଶିକ୍ଷଣ ଶିବିରରେ କାରଖାନା ମାନବ ସମ୍ବଳ ବିଭାଗ ରଞ୍ଜନ ଜେନା, ତାପସ ଆଚାର୍ୟ୍ୟ, ବେଣୁଧର ମହାନ୍ତ ଙ୍କ ସମେତ କମ୍ପାନୀର ନିରାପତ୍ତା ବିଭାଗ ର ଅନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ସ୍ତାନୀୟ ଗ୍ରାମର ଶତାଧିକ ମହିଳା କରୋନା ନିୟମ ମାନି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0