ବିଧାୟକଙ୍କ ଦବଙ୍ଗଗିରି ପଡିଲା ମହଙ୍ଗା । ନବୀନ ଦେଲେ ଶକ୍ତ ଚାପୁଡା । ଆମେ କହୁଛୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କଥା । ଗତକାଲି ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ପ୍ରଶାନ୍ତ ଜଗଦେବ ଚାପୁଡା ମାରିବା ଭିଡିଓ ଭାଇରାଲ ହୋଇଥିଲା । ଯାହା ଫଳରେ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ନିରଞ୍ଜନ ସେଠୀ ଙ୍କ କହିବା କଥା ହେଲା ସେ ଲୋକମାନଙ୍କ ସମସ୍ୟା କୁ ନେଇ ବାଲୁଗାଁ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ପାଖକୁ ଯାଇଥିଲେ। କିନ୍ତୁ ଅଧିକାରୀ ଜଣକ ବିଧାୟକ ଆସୁଛନ୍ତି କହି ତାଙ୍କୁ ସେଠାରୁ ପଳେଇଯିବା ପାଇଁ କହିଥିଲେ । ଅଧିକାରୀଙ୍କ କଥା ମାନି ସେ ଅଫିସ ଗେଟ ପାଖରେ ଛିଡା ହୋଇଥିବା ବେଳେ ଚିଲିକା ବିଧାୟକ ଜଗଦେଵ ସେଠାରେ ପହଞ୍ଚି ଥିଲେ ଏବଂ କିଛି ବୁଝିବା ପୂର୍ବରୁ ସେ ମଣ୍ଡଳ ସଭାପତିଙ୍କୁ ହଠାତ ଏକ ଶକ୍ତ ମୁଥ ମାଡ଼ କରିଥିଲେ। ଏହି ଘଟଣାର ଲାଇଭ ସୁଟିଙ୍ଗ କରୁଥିବା ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଥିବାରୁ ସାମ୍ବାଦିକ ଜଣକ ମଧ୍ୟ ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0