ବୈପାରିଗୁଡା ଥାନାକୁ ପୁଣି ଏକ ସଫଳତା ମିଳିଥିବା ଜଣାପଡିଛି କ୍ଷବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝୀଗୁଡା ପଞ୍ଚାୟତର କୋଟ୍ରାଗୁଡ଼ା ଗ୍ରାମର ଗୌର ଚନ୍ଦ୍ର କ୍ଷୀନବାର ଙ୍କ ଘରୁ ୫୧୪କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଜି ତାଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି | ପାରିଗୁଡା ଥାନା ଅଧିକାରୀ ଈଶ୍ୱର ତାଣ୍ଡି ଏନେଇ ସୂଚନା ଦେଇଛନ୍ତି| ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ସନ୍ଧ୍ୟା ୭ଟା ବେଳେ ଥାନା ଅଧିକାରୀ ଈଶ୍ୱର ତାଣ୍ଡିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ ।ଅଭିଯୁକ୍ତଙ୍କ ଘରୁ ୨୦ପ୍ୟାକେଟ ରେ ଥିବା ସମସ୍ତ ଗଞ୍ଜେଇ ପ୍ୟାକେଟ ରେ ୫୧୪କେଜି ଗଞ୍ଜେଇ ଜବତ କରାଯାଇଛି କ୍ଷଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ବ୍ୟାଙ୍କ ଜମା ଖାତା ଏବଂ ଭୋଟର ଆଇଡି ଜବତ କରାଯାଇଛି | ଏସ.ଆଇ ଅସିତ କୁମାର ବଳବନ୍ତରାୟ ଏହି ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଈଶ୍ୱର ତାଣ୍ଡି |



Visitors Today : 1
Total Visitors : 130301
Total Views : 9891804
Visitors Online Now : 0