spot_img

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ସ୍ଥିର କରିବ ଦଳ : ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର ସର୍ବସାଧାରଣରେ ଦଳୀୟ ସାଂସଦ ମହୁଆ ମୋଇତ୍ରାଙ୍କୁ ଚେତାବନୀ ଦେଇଛନ୍ତି । ଏପରିକି ଦଳକୁ ବିଭାଜନ ନ କରିବାକୁ କହିଛନ୍ତି । ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ ପୂର୍ବରୁ କୃଷ୍ଣନଗରରେ ଏକ ବୈଠକରେ ଦଳରେ ସବୁକିଛି ଠିକ୍ ଚାଲିନଥିବା ମଧ୍ୟ ପରୋକ୍ଷରେ ମାନିଛନ୍ତି ଦିଦି । ନଗରପାଳିକା ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଏକ ବୈଠକରେ ଦିଦି ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ଦିଦିଙ୍କୁ କୃଷ୍ଣନଗର ଜିଲ୍ଲାରେ ଦଳର ମତଭେଦ ବାବଦରେ କଡା ପ୍ରତିକ୍ରିୟା ରଖିଥିଲେ । ଏହାସହ ସ୍ଥାନୀୟ ସାଂସଦ ମହୁଆ ମୋଇତ୍ରାଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଦଳ ସ୍ଥିର କରିବ । ଏହାକୁ ସମସ୍ତେ ସମର୍ଥନ କରିବା ଦରକାର ବୋଲି କହିଥିଲେ ଦିଦି । ଏଥିରୁ ହିଁ ଦଳରେ ସବୁକିଛି ଠିକ୍ ଚାଲିନଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular