ଗୁରୁଗାଓଁର ଖୋଲା ସ୍ଥାନମାନଙ୍କରେ ନମାଜ ପାଠ କରାଯାଉଛି ବୋଲି କେତେକ ହିନ୍ଦୁ ସଂଗଠନ ଅଭିଯୋଗ କରିବା ପରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର୍ କହିଛନ୍ତି ଯେ, ଖୋଲା ସ୍ଥାନରେ ନମାଜ ପାଠ ପ୍ରଥାକୁ ସହ୍ୟ କରାଯିବ ନାହିଁ। ତିନି ବର୍ଷ ତଳେ, ଶୁକ୍ରବାର ନମାଜ ପାଠ ନିମନ୍ତେ ଜିଲ୍ଲା ପ୍ରଶାସନ ଗୁର୍ଗାଓଁ ସହରରେ ୩୭ଟି ସ୍ଥାନ ଚିହ୍ନଟ କରିଥିଲେ। କିନ୍ତୁ, କେତେକ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରିଥିଲେ। ଖୋଲା ସ୍ଥାନରେ ନମାଜ ପାଠ ନିମନ୍ତେ କେତେକ ସ୍ଥାନ ସଂରକ୍ଷଣ କରି ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି। ଏବେ ରାଜ୍ୟ ସରକାର ଏହି ସମସ୍ୟାର ସୌହାର୍ନ୍ଦ୍ୟପୂର୍ଣ୍ଣ ସମାଧାନ ନିମନ୍ତେ ଉପାୟ କରିବେ। ଉପାସନା ପାଇଁ ସମସ୍ତେ ସୁବିଧା ପାଇବା ଉଚିତ, କିନ୍ତୁ କେହି ଅନ୍ୟର ଅଧିକାର କ୍ଷେତ୍ରକୁ ଅନୁପ୍ରବେଶ କରିବା ଅନୁଚିତ। ସେଥିପାଇଁ ଅନୁମତି ମିଳିବ ନାହିଁ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0