spot_img

ଡିସେମ୍ବର ୧୪ରେ ବଡ ପରିବର୍ତ୍ତନ, ବଦଳିବ ଟଙ୍କା ସହ ଜଡିତ ନିୟମ…

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଡିସେମ୍ବର ୧୪ ତାରିଖରୁ ଆରଟିଜିଏସ ତଥା ରିୟଲ ଟାଇମ ଗ୍ରସ୍ ସେଟଲମେଣ୍ଟକୁ ୨୪ ଘଣ୍ଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ଏହି ବ୍ୟବସ୍ଥା ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ଦେଲା ପରେ ସପ୍ତାହର ବାକିସବୁ କାର୍ଯ୍ୟଦିବସରେ ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଉପଲବ୍ଧ ଥିଲା । ମାତ୍ର ଏବେ ଏହି ଆରଟିଜିଏସ୍ ସିଷ୍ଟମକୁ ୨୪ ଘଣ୍ଟିଆ କରିବାକୁ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ସାହାଯ୍ୟରେ ତୁରନ୍ତ ଫଣ୍ଡ ଟ୍ରାନ୍ସଫର କରାଯାଇପାରିବ । ରିୟଲ ଟାଇମ ସେଟଲମେଣ୍ଟ ମାଧ୍ୟମରେ ୨ ଲକ୍ଷରୁ କମ ଆମାଉଣ୍ଟ ଟ୍ରାନ୍ସଫର ହୋଇପାରିବ । ଏହାକୁ ଉଭୟ ଅନଲାଇନ ଏବଂ ବ୍ୟାଙ୍କ ବ୍ରାଂଚରୁ ବ୍ୟବହାର କରାଯାଇପାରିବ । ବଡ କଥା ହେଉଛି ଆରଟିଜିଏସ ପାଇଁ କୌଣସି ପ୍ରକାରର ଫଣ୍ଡ ଟ୍ରାନ୍ସଫର ଶୁକ୍ଳ ଲାଗି ନଥାଏ ମାତ୍ର ବ୍ରାଂଟରେ ଏହା ଉପରେ ଦେୟ ଦେବାକୁ ପଡିଥାଏ । ଡିଜିଟାଲ ପେମେଂଟକୁ ଅଧିକ ଗୁରୁତ୍ୱ ଦେବାକୁ ୟୁପିଆଇ କିମ୍ବା କାର୍ଡ ଜରିଆରେ ବିନା କୌଣସି ଯୋଗାଯୋଗରେ କରାଯାଉଥିବା ଆର୍ଥିକ ଦେଣନେଣର ସୀମାକୁ ନୂଆବର୍ଷ ଜାନୁଆରୀ ୧, ୨୦୨୧ରୁ ଦୁଇ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ତେବେ ପରବର୍ତ୍ତୀ ସମୟରେ ଏସଂପର୍କିତ ଏକ ମାର୍ଗଦର୍ଶିକା ପୃଥକ ରୂପେ ଜାରି ହେବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular