ପୁରୀ: ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ ଶୁକ୍ରବାର ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି କଙ୍ଗନା ।ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ଟ୍ୱିଟ୍ କରି ଜଣାଇଛନ୍ତି କଙ୍ଗନା ରାଣାଓ୍ୱତ । ଗତବର୍ଷ ଡିସେମ୍ୱର ମାସରେ ହିଁ କଙ୍ଗନା ମହାପ୍ରଭୁଙ୍କ ଦର୍ଶନ ଲାଗି ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ଓ୍ୱାଇ ସିକ୍ୟୁରିଟି ମଧ୍ୟରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ପହଞ୍ଚିବା ପରଠୁ ହିଁ ପୁରୀରେ ଜଗା ଦର୍ଶନ କରିବାକୁ ଆସିଥିବା ନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ହିଣ୍ଟସ୍ ଦେଇଆସିଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0