spot_img

ମିହିରି ଙ୍କୁ ଦିଆଯାଇ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ

ମିହିର ଦାସଙ୍କ ପରଲୋକ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ଅଭିନେତା ଶ୍ରୀତମ ଦାସ କହିଛନ୍ତ । କଟକ ସହରର ଏକ ରାସ୍ତାକୁ ତାଙ୍କ ନାଁରେ ନାମିତ କରାଯାଉ ବୋଲି ବୁଧବାର ମିହିର ଦାସଙ୍କ ଶେଷକୃତ୍ୟ ସମୟରେ ଏପରି କିଛି କଥା କହିଛନ୍ତି  ଶ୍ରୀତମ ଦାସ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀତମ କହିଛନ୍ତି, ଗତକାଲି ମିହିରଙ୍କ ଦେହାନ୍ତ ପରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଶୋକପ୍ରକାଶ କରିଛନ୍ତି । ମିହିର ଏମିତି ଜଣେ କଳାକାର ଥିଲେ, ଯାହାକୁ ସମସ୍ତେ ମନେ ରଖିବେ । ତା’ ସହିତ କଟକ ସହରର ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ଶ୍ରୀତମ କହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଆଜି ମିହିରଙ୍କୁ ଦେଖିବାକୁ ଯେତିକି ଲୋକ ରୁଣ୍ଡ ହୋଇଛନ୍ତି, ତାହା ହିଁ ତାଙ୍କ ପାଇଁ ସବୁଠୁ ବଡ ସମ୍ମାନ । ଜଣେ କଳାକାର କେବେ ତାକୁ ଅଲଗା କିଛି ସମ୍ମାନ ଦିଆଯାଉ ବୋଲି କୁହେନି । ସବୁବେଳେ ସେ ସମସ୍ତଙ୍କର ଭଲପାଇବା ଖୋଜିଥାଏ । ତେବେ ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ମିହିର ଦାସ । ଏହାପରେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା ।  ତାଙ୍କ ବିୟୋଗରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ବହୁମୁଖୀ ପ୍ରତିଭାର ଅଧିକାର ଏହି କଳାକାର ଦୀର୍ଘ ଚାରି ଦଶନ୍ଧି ହେବ ନିଜର ଅଭିନୟ ଯାତ୍ରା ଜାରି ରଖିଥିଲେ । ୧୯୮୦ରେ ରିଲିଜ ହୋଇଥିବା ରାମାୟଣ ଚଳଚ୍ଚିତ୍ରରେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରି ନିଜର ସିନେ ଯାତ୍ରା ଆରମ୍ଭ କରିଥିଲେ ମିହିର ଦାସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular