spot_img

ସାମ୍ନାକୁ ଆସିଲା ରାଜକୁମାର – ପତ୍ରଲେଖାଙ୍କ ବାହାଘର ନିମନ୍ତ୍ରଣ କାର୍ଡ

ବଲିଉଡର ଲଭ ବାର୍ଡ ରାଜକୁମାର ରାଓ ଓ ପତ୍ରଲେଖା ନିଜ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଏହି ପ୍ରେମୀଯୁଗଳ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଣୁ ଚଣ୍ଡୀଗଡ଼ରେ ଏମାନଙ୍କର ଗ୍ରାଣ୍ଡ ୱେଡିଂର ପ୍ରସ୍ତୁତି ଚାଲିଛି। ତେବେ ଇତି ମଧ୍ୟରେ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ କାର୍ଡର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି।ରାଜକୁମାର ଓ ପତ୍ରଲେଖାଙ୍କ ବିବାହ କାର୍ଡର ଫଟୋ ଅଭିନେତାଙ୍କ ଏକ ଫ୍ୟାନ ପେଜରେ ସେୟାର କରାଯାଇଛି। ବାହାଘର ନିମନ୍ତ୍ରଣ ପତ୍ର ଇଣ୍ଡିଗୋ କଲରର। ଏଥିରେ ବାହାଘର ତାରିଖ, ସମୟ ଠାରୁ ଆରମ୍ଭ କରି ବାହାଘର ସ୍ଥାନ ଯାଏଁ ସବୁ ରହିଛି। ଏହି ବାହାଘର କାର୍ଡ ପତ୍ରଲେଖାଙ୍କ ଘରର ବୋଲି ଜଣାପଡୁଛି। ୱେଡିଂ କାର୍ଡ ଉପରେ ବର- କନ୍ୟା ଅର୍ଥାତ୍ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ନାଁ ଲେଖାଯାଇଛି। ଏଥିସହ ସେମାନଙ୍କ ବାପା-ମାଙ୍କ ନାଁ ମଧ୍ୟ ରହିଛି। କାର୍ଡରେ ବିବାହ ତାରିଖ ସୋମବାର ବା ନଭେମ୍ବର ୧୫ ଲେଖାଯାଇଛି। ବାହାଘର ସ୍ଥାନ ଚଣ୍ଡୀଗଡ଼ର ଓବେରୟ ସୁଖବିଳାସ ବୋଲି ଲିଖିତ ଅଛି।

ସୂଚନାଯୋଗ୍ୟ ଯେ ରାଜକୁମାର ଏବଂ ପତ୍ରଲେଖାଙ୍କ ମେହେନ୍ଦୀ ସେରିମନି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏଥିରେ ରାଜକୁମାର ଆଣ୍ଠେଇକି ପତ୍ରଲେଖାଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଥିଲା। ରାଜକୁମାରଙ୍କ ଏଭଳି ପ୍ରପୋଜ ଦେଖି ପତ୍ରଲେଖା ତାଙ୍କ ପାଖରେ ବସି ରାଜକୁମାର ପ୍ରପୋଜ କରିଥିବା ମୁଦିକୁ ସ୍ୱୀକାର କରିଥିଲେ। ଏହା ପରେ ରାଜକୁମାରଙ୍କ ସହିତ ପତ୍ରଲେଖା ରୋମାଣ୍ଟିକ ଡ୍ୟାନ୍ସ କରୁଥିବା ନଜର ଆସିଥିଲା। ଏହି ଭିଡିଓକୁ ସେଲିବ୍ରିଟି ଫ୍ରଟୋଗ୍ରାଫର ବିରଲ ଭୟାନୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜକୁମାର ଓ ପତ୍ରଲେଖା ପାଖାପାଖି ୧୦ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରୁଥିଲେ। ଉଭୟେ ଦୀର୍ଘ ଦିନ ଧରି ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ମଧ୍ୟ ରହିଛନ୍ତି। ପତ୍ରଲେଖା ସ୍ନେହରେ ରାଜକୁମାରଙ୍କୁ ରାଜ୍‌ ବୋଲି ଡାକିଥାନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular