ରବିବାର ଦିନ ଲଖିମ୍ପୁର ଖେରିରେ କୃଷକମାନଙ୍କ ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ନେଇ ଯାଉଥିବା କାର୍ ଦଳେ ପ୍ରତିବାଦକାରୀଙ୍କ ଉପରେ ଚଢ଼ାଇ ଦେଇଥିବା କଥା କୃଷକ ସଙ୍ଗଠନ ସବୁ ଦାବି କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଦାବି କରି ଆଜି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ଲକ୍ଷ୍ନୌସ୍ଥିତ ବାସଭବନ ବାହାରେ ଧାରଣା ଦେଇଛନ୍ତି। ସେ କହିଛନ୍ତି, ଏ ସରକାର ରାଜନେତାମାନଙ୍କୁ ଲଖିମ୍ପୁର ଖେରି ଛାଡୁନାହିଁ। ସରକାର କ’ଣ ଲୁଚାଉଛି? ଏ ସରକାର କୃଷକମାନଙ୍କ ଉପରେ ଯେଭଳି ଅତ୍ୟାଚାର ଚଳାଇଛି, ବ୍ରିଟିସର୍ସମାନେ ବି ସେଭଳି କରି ନ ଥିବେ। ମୃତ କୃଷକଙ୍କ ଆତ୍ମୀୟଙ୍କୁ ୨ କୋଟି ଟଙ୍କା ଏବଂ ସରକାରୀ ଚାକିରି ଦେବା ଉଚିତ। ଲଖିମ୍ପୁର ଖେରି ଯାତ୍ରାରେ ପୁଲିସ ବାଧା ଦେବାରୁ ନିଜ ବାସଭବନ ନିକଟରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କ ଧାରଣାସ୍ଥଳ ଠାରୁ ମାତ୍ର ଅଳ୍ପ କେତେ ମିଟର୍ ଦୂରରେ ଘଟଣାଟି ଘଟିଛି। ପୁଲିସ କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଗୋଟାଏ ଭିଡିଓରେ ଦେଖାଯାଉଛି। ଜଣେ ପୁଲିସ କର୍ମଚାରୀ କହିଛନ୍ତି, କିଏ ନିଆଁ ଲଗାଇଲା ମୁଁ ଜାଣେନି। ଆମେ ଭିତରକୁ ଯାଇଥିବା ବେଳେ କେହି ନିଆଁ ଲଗାଇ ଦେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0