ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ଗାଁର ଗ୍ରାମବାସୀ ମାନେ ଏକ ମହୁଲ ବୋଝେଇ ଟ୍ରକ କୁ ଅଟକ ରଖିଥିଲେ । ଟ୍ରକରେ ୧୨୫ ବସ୍ତା ମହୁଲ ଥିବା ଗ୍ରାମବାସୀ କହିଛନ୍ତି।ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଟ୍ରକ ଟି ଢେ଼ଙ୍କାନାଳ ରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଅଞ୍ଚଳକୁ ଟ୍ରକ ରେ ବୋଝେଇ ହୋଇ ମହୁଲ ଯାଉଥିବା ସମୟରେ ଗ୍ରାମବାସୀ ଙ୍କ ଦ୍ଵାରା ଅଟକ ହୋଇଛି ଏହି ମହୁଲ। ଏନେଇ ଗ୍ରାମବାସୀ ମାନେ ବାଣପୁର ଥାନା ଅଧିକାରୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ବାଣପୁର ଥାନା ପହଞ୍ଚି ମହୁଲ ବୋଝେଇ ଟ୍ରକ କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି।ଏତେ ପରିମାଣର ମହୁଲ କିଏ ପଠେଇ ଥିଲା ,ଏବଂ କାହା ପାଖକୁ ଏ ମହୁଲ ଯାଉଥିଲା, କିଏ ସେହି ଚୋରା ବ୍ୟାପାରି ତାହାର ତନାଘନା କରୁଛି ବାଣପୁର ଥାନା ପୋଲିସ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0