ପୁରୀ ସମୁଦ୍ରକୂଳକୁ ଅବରୋଧ ମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଉଛେଦ ପ୍ରକ୍ରିୟା। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଉଛେଦ କରାଯାଇଥିବା ବେଳେ ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାକ୍ସ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି। ବେଳାଭୂମିରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀଙ୍କୁ ଥଇଥାନ ନକରି ଏଭଳି ଉଛେଦ କରିବା ଠିକ୍ ନୁହେଁ ବୋଲି କ୍ଷତିଗ୍ରସ୍ତ ଉଠା ଦୋକାନୀ କହିଛନ୍ତି। ଏହା ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏନେଇ ଉଠା ଦୋକାନୀଙ୍କୁ ନୋଟିସ କରାଯାଇଥିଲା। ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ପୌରସଂସ୍ଥା ପକ୍ଷରୁ ଉଠା ଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0