spot_img

ବଡବାପାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

କେନ୍ଦୁଝର : ବଡବାପାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା । କେନ୍ଦୁଝର ଜିଲ୍ଲା ବଡବିଲ ପୌରାଞ୍ଚଳର ହୀରାକୁଦ କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ । ଘରୋଇ କଥାକୁ କେନ୍ଦ୍ର କରି ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନାବାଳକ ପୁତୁରା ଠେଙ୍ଗା ସାହାର୍ଯ୍ୟରେ ବଡବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥଲା । ସଙ୍ଗେ ସଙ୍ଗେ ତାଙ୍କୁ ବଡବିଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ନାବାଳକ ପୁତୁରା ଫେରାର ହୋଇଯାଇଥିବା ବେଳେ ଆଜି ପୋଲିସ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular