ଭୁବନେଶ୍ୱର : ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ପୁରା ପେସାଦାର କଣ୍ଠଶିଳ୍ପୀଙ୍କ ପରି ଷ୍ଟୁଡିଓରେ ସେ କଣ୍ଠଦାନ କରି ଗୀତ ରେକର୍ଡିଂ କରିଛନ୍ତି । ଏହି ଗୀତଟି ହେଲା ଏମାଟି ଓଡ଼ିଶା, ଏ ଜାତି ଓଡ଼ିଆ। ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ନେଇ ଏହି ସଂଗୀତ ପ୍ରସ୍ତୁତ କରିଛନ୍ତି ପ୍ରେମାନନ୍ଦ । ଏଥିରେ ପ୍ରାୟ ୧୫ ଜଣ ଶିଳ୍ପୀ କଣ୍ଠଦାନ କରିଛନ୍ତି । ଏମାନଙ୍କ ସହିତ ନିଜେ ଗୀତ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ନୀଳାଦ୍ରି ବିହାରର ଏକ ଷ୍ଟୁଡିଓରେ ଏହାର ରେକଡ଼ିଂ କରାଯାଇଛି ।
ବସନ୍ତରାଜ ସାମଲ ଗୀତ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଷ୍ଟୁଡିଓରୁ ବାହାରିବା ପରେ ରାଜ୍ୟପାଳ କହିଛନ୍ତି, ଏହା ଏକ କୃଷ୍ଣ ଗୀତ। ସାରା ବିଶ୍ୱର ହୃଦୟକୁ ଏହା ଝଙ୍କୃତ କରିବ। ଏହି ଗୀତରେ ଯେଉଁ ମାଧୁର୍ଯ୍ୟ ଅଛି, ସେଥିରେ ସମସ୍ତେ ଆତ୍ମହରା ହୋଇ ଯିବେ। ଆସନ୍ତା ଉତ୍କଳ ଦିବସରେ ଭିଡିଓ ସହିତ ଏହି ଗୀତ ଉନ୍ମୋଚିତ ହେବ ବୋଲି ଜଣାପଡ଼ିଛି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0