spot_img

ନାମ ନ ନେଇ ବିରୋଧୀଙ୍କୁ ଆଇନା ଦେଖାଇଲେ ରାଷ୍ଟ୍ରପତି

ଆଜି ହେଉଛି ସମ୍ବିଧାନ ଦିବସ | ଏହି ଅବସରରେ ଦେଶର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ରାଜନେତା ମାନେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏଥିରେ ମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି | ତେବେ ଏହି ପେରିପ୍ରେକ୍ଷୀରେ ରାଷ୍ଟ୍ରପତି ନାଁ ନ ନେଇ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି | ସେ କହିଛନ୍ତି ଚିନ୍ତାଧାରା ଅଲଗା ହେଇପାରେ କିନ୍ତୁ ଏହାର ପ୍ରଭାବ ଜନ ସେବା ଉପରେ ନ ପଡୁ | ସେ କହିଛନ୍ତି ଯେ ସଂସଦରେ ସମସ୍ତ ପ୍ରତିନିଧିଙ୍କ ଭାବନା ଠିକ ରହୁ | ଜନତା ଆମ ସଂସଦକୁ ମନ୍ଦିର ବୋଲି ଭାବନ୍ତି | କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମରେ କୌଣସି ବିରୋଧୀ ଦଳର ନେତା ଉପସ୍ଥିତ ନଥିଲେ | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ଏଭଳି ମତବ୍ୟକ୍ତ କରିଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular