spot_img

ପୁରୀ ବ୍ରହ୍ମଗିରି ରେଞ୍ଜ ତଳମାଳ ଗ୍ରାମ ନିକଟରେ ହାତି ଆତଙ୍କ

ବ୍ରହ୍ମଗିରି: ଆଜି ସକାଳ ୬ଟା ସମୟରେ ବ୍ରହ୍ମଗିରି ରେଞ୍ଜ ତଳମାଳ ଗ୍ରାମ ନିକଟରେ ଏକ ଜଙ୍ଗଲି ଦନ୍ତା ହାତି ଆତଙ୍କ ଖେଳାଇଛି। ହାତିଟି ସ୍ଥାନିୟ ଅଞ୍ଚଳର ଜନବସତି ଓ ଚାଷଜମି ଭିତରେ ପସିଯାଇ ଦଳାଚକଟା କରୁଥିବାରୁ ହେକ୍ଟର ହେକ୍ଟର ଧାନଫସଲ ନଷ୍ଟ ହେଇଥିବା ଦେଖିବାକୁ ମିଳିଛି। ହାତିଟିକୁ ଦେଖି ସ୍ଥାନିୟ ଗ୍ରାମବାସୀ ଭୟଭିତ ଥିବାବେଳେ ଏକତ୍ରିତ ହୋଇ ହାତିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ପରେପରେ ବନବିଭାଗର ଏକ ୧୦ଜଣିଆ ଟିମ ପହଞ୍ଚି ଉକ୍ତ ଅଞ୍ଚଳରେ ହାତିକୁ ଘଉଡାଇବା ସହିତ ସାଇରନ ବଜାଇ ହାତିଠାରୁ ଦୁରେଇ ରହିବା ପାଇଁ ଲୋକଙ୍କୁ ସତର୍କ କରାଇଛନ୍ତି । ହାତି କ୍ଷତି କରିଥିବା ଧାନ ଫସଲ ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ସ୍ଥାନିୟ ଲୋକେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular