ପଶ୍ଚିମବଙ୍ଗରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଅଧିକାର କ୍ଷେତ୍ର ବୃଦ୍ଧି କରାଯିବା କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଗଲାଣି। ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବିରୋଧରେ ଗର୍ଜନ କରିଛି ଟିଏମସି। ଏହି କ୍ରମରେ ମଙ୍ଗଳବାର ମମତା ବାନାର୍ଜୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏହା ପୂର୍ବରୁ ଏହି ସମ୍ବନ୍ଧରେ ସେ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚିଠି ଲେଖି ସାରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମଙ୍ଗଳବାର ବିଏସଏଫର ଅଧିକାର କ୍ଷେତ୍ର ବିସ୍ତାର ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଉପରେ ଗୃହରେ ଆଲୋଚନା ସମୟର ଟିଏମସି ବିଧାୟକ ଉଦୟନ ଗୁହା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ମହିଳା ସୀମା ପାରି କରିବା ସମୟରେ ତଲାସି ନାମରେ ବିଏସଏଫ ଯବାନ ସେମାନଙ୍କୁ ହୀନ ଉଦ୍ଦେଶ୍ୟରେ ଛୁଇଁଥାନ୍ତି। ସେମାନେ ଭାରତ ମାତା କି ଜୟ ଯେତେ କହିଲେ ମଧ୍ୟ ସେମାନେ ଦେଶଭକ୍ତ ହୋଇ ପାରିବେ ନାହିଁ ବୋଲି ଟିଏମସି ବିଧାୟକ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0