ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ “ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶା”ର ଦଶମ ସ୍ଵନକ୍ଷତ୍ର ଦିବସ ରବିବାର ସ୍ଥାନୀୟ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଠାରେ ପାଳିତ ହୋଇଯାଇଛି । ସମିତିର ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକ ଧ୍ୱଜାତ୍ତୋଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଉତ୍ସବର ପ୍ରଥମ ସତ୍ରରେ ଆୟୋଜିତ କବିତା ପାଠୋତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ ଅରବିନ୍ଦ ପଣ୍ଡା, ମହୁରୀ ସାହିତ୍ୟ ସଂସଦ, କୁକୁଡ଼ାଖଣ୍ଡିର ସଭାପତି ଶତ୍ରୁଘ୍ନ ମହାରଣା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ଚୌଧୁରୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏବଂ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୂଖ ମଞ୍ଚାସୀନ ଥିଲେ । ସେହିପରି ଦ୍ଵିତୀୟ ସତ୍ରରେ ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ବରିଷ୍ଠ ସାମ୍ବାଦିକ ଦ୍ଵିତୀକୃଷ୍ଣ ପଣ୍ଡା, ଉପସଭାପତି ବ୍ରହ୍ମାକୁମାର ନିତ୍ୟାନନ୍ଦ ସାହୁ, ଉପସଭାନେତ୍ରୀ ରୀତାଞ୍ଜଳି ମିଶ୍ର ଏବଂ ସୌଜନ୍ୟ ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର ପ୍ରମୂଖ ମଞ୍ଚାସୀନ ରହି ବିଗତ ଦଶ ବର୍ଷର ସ୍ମୃତି ଓ ତିକ୍ତ ମଧୁର ଅନୁଭୂତି ବଖାଣିଥିଲେ । ଏହି ଅବସରରେ ବର୍ଷିୟାନ ସାହିତ୍ୟିକ ଶତ୍ରୁଘ୍ନ ମହାରଣାଙ୍କ ଦ୍ୱାରା ରଚିତ “ଶ୍ରୀକ୍ଷେତ୍ର ବିଳାସ” ପୁସ୍ତକକୁ ମଞ୍ଚାସୀନ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ୟ୍ୟକ୍ରମ ଶେଷରେ କିରଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ, ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ସଙ୍ଗୀତ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ସାହୁ, ଗୋବିନ୍ଦ ବେହେରା, ସଚ୍ଚିକାନ୍ତ ମିଶ୍ର, ହିମାଂଶୁ ବେହେରା ପ୍ରମୂଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମିତିର ଦଶ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷବ୍ୟାପୀ ବିବିଧ କାର୍ୟ୍ୟକ୍ରମ ଆୟୋଜନ କରାଯିବ, ତେଣୁ କୋଭିଡ କଟକଣା ଭିତରେ କେବଳ ସାଙ୍କେତିକ ଭାବରେ ଏହି “ଦଶମ ସ୍ଵନକ୍ଷତ୍ର ବର୍ଷ”କୁ ରବିବାର ଉଦଘାଟନ କରାଯାଇଥିଲା ବୋଲି ସମିତିର ସାଧାରଣ ସମ୍ପାଦକ ପ୍ରକାଶ କରିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0