ହାଟଡ଼ିହି: ହାଟଡ଼ିହି ବ୍ଲକରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ । ଟାଟା ଷ୍ଟିଲ ସହଯୋଗୀ ଏନଜିଓ ଆସ୍ପାୟାର ଦ୍ୱାରା ସମସ୍ତ ପଂଚାୟତ ରେ ଏହାକୁ ପାଳନ କରାଯାଇଛି । କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ କୃପା ସିନ୍ଧୁ ସିଂ ଏବଂ ବ୍ଲକ ଶିକ୍ଷା ସଂଯୋଜକ ଦିବାକର ଦାସଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା । ସଭାରେ ସଚେତନତା କାର୍ଯ୍ୟକ୍ରମ ସହ ଉପସ୍ଥିତ ବକ୍ତା ମାନେ ଶିଶୁ କନ୍ୟା ଅଧିକାର ସୁନିଶ୍ଚିତ କରିବା, ଭୃଣ ହତ୍ୟା , ବଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ କାର୍ଯ୍ୟକୁ ରୋକାଯିବା ଆଦି ବିଭିନ୍ନ ଶିଶୁ ସୁରକ୍ଷା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ଶିକ୍ଷାବିତ, ସରପଂଚ, ୱାର୍ଡ଼ମେମ୍ବର, ଆଶା, ଅଙ୍ଗନୱାଡ଼ି କର୍ମି, ବରିଷ୍ଠ ନାଗରିକ ଏବଂ ସାଧାରଣ ନାମରିକ ମାନେ ଉପସ୍ଥିତ ଥିଲେ । ଏହି ଭଳି ଏକ ଜନସଚେତନତା କାର୍ଯ୍ୟକ୍ରମ ଟାଟା ଷ୍ଟିଲ ଆସ୍ପାୟାର କରୁଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0