ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୫ରେ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କ ମଧ୍ୟରେ ବୈଠକ ବସିବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ । ପଞ୍ଚାୟତ ନିର୍ବାଚନକୁ କିପରି ସୁପରିଚାଳନା କରାଯିବ । ସେନେଇ ବୈଠକରେ ଆଲୋଚନା କରାଯିବ । ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ମଧ୍ୟରେ କିପରି ନିର୍ବାଚନକୁ ସୁରୁଖୁରୁରେ କରାଯିବ ।ସେନେଇ ଆକ୍ସନକୁ ଆସିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏହିପ୍ରରିପେକ୍ଷୀରେ ଆସନ୍ତା ୧୫ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଡାକିଛନ୍ତି ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଯୋଗଦେବା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନେ ଯୋଗଦେବେ । କରୋନା ସଂକ୍ରମଣ ଓ ନିର୍ବାଚନ ସମୟରେ କିପରି ଆଇନଶୃଙ୍ଖଳା ପରିସ୍ଥିତିର ସୁବ୍ୟବସ୍ଥା କରାଯିବ । ସେନେଇ ଆଲୋଚନା ହେବ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0