spot_img

ବିଧାନସଭାରେ ମୌସୁମୀ ଅଧିବେଶନ ପାଇଁ ଆରମ୍ଭ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ବିଧାନସଭା ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ଓ କ୍ୟାମେରା ମ୍ୟାନ ମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଛି । ଏଥିରେ ମୋଟ ୭୫୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୭ ଜଣ ପଜିଟିଭ ଥିବା ଜଣାପଡିଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଭାବେ ବିଷୋଧନ କରାଯାଇଛି । ଏହା ସହ ବିଧାନସଭା ଭିତରେ ସବୁ ବିଧାୟକଙ୍କ ଟେବୁଲ ଆଗରେ ଏକ କାଚର ପ୍ଲେଟ୍ ଲଗାଯାଇଛି। ପରିସର ଭିତରକୁ ଯିବା ପୂର୍ବରୁ ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ଭିତରେ ବାଚସ୍ପତ୍ତିଙ୍କ ପୋଡିୟମ ବ୍ୟବସ୍ଥାକୁ ହଟା ଯାଇଛି । ଅନ୍ୟ ଅଧିବେଶନ ଭଳି କେହି ବି ବାଚସ୍ପତ୍ତିଙ୍କ ପୋଡିୟମ ନିକଟକୁ ଯାଇ ହଟ୍ଟଗୋଳ କରିପାରିବେ ନାହିଁ । ଅନ୍ୟପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବିଧାୟକ ମାନଙ୍କୁ ବିଧାନସଭା ଅଧିବେସନରେ ଯୋଗ ଦେବାକୁ ବାରଣ କରାଯାଇଛି । ସେମାନେ ଚାହିଁଲେ ଜିଲ୍ଲା ସଦରମହକୁମାରେ ବସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧିବେସନରେ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେପଟେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି କି ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଧାରଣା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular