ଚାନ୍ଦବାଲି: ୪ଦଫା ଦାବି ନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ। ନୂଆଗାଁ, ଯଶୀପୁର, ଜଳେଶ୍ୱରପୁର ପଞ୍ଚାୟତ ଶତାଧିକ ଲୋକେ ବଳସାହି ରେଳ ଫାଟକ ନିକଟରେ ଏକ ଟ୍ରେନକୁ ଅଟକାଇବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ସ୍ଥାନୀୟ ବେକାରୀ ଯୁବକଙ୍କୁ ନିଯୁକ୍ତି, ରେଳପଥରେ ଥିବା ପୋଲ ଗୁଡିକୁ ସଫା କରାଯାଇ ନଦୀ ସଂଯୋଗ, ପେରିଫେରି ନିୟମ ଅନୁସାରେ ସ୍ଥାନୀୟ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ସହ କ୍ଷତିଗ୍ରସ୍ତ ଜମିହରା ଓ ବାସହରା ପରିବାରକୁ ଉଚିତ ଅର୍ଥ ରାଶି ପ୍ରଦାନ ଦାବିନେଇ ରେଳରୋକ କରାଯାଇଛି । ପୋଲିସ ପ୍ରାଶାସନ ତରଫରୁ ଆନ୍ଦୋଳନକାରୀଙ୍କ ସହ ଆଲାଚନା କରିଛି । ତେବେ ଏହି ସବୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରେଳରୋକ ଚାଲିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।