ଭଞ୍ଜନଗର : ଗଞ୍ଜାମରେ ଶିକାର କରିବାକୁ ଆସି ଫାଶରେ ଫସିଗଲା କଲରାପତରିଆ ବାଘ। ଆଜି ଏପରି ଚିତ୍ର ଗଞ୍ଜାମ ଜିଲ୍ଲାରୁ ଆସିଛି। ତେବେ କିଏ ଏହି ଫାସ ବସାଇଥିଲା, ତାହା ଜଣାପଡ଼ି ନାହିଁ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାରହା ଧରିବା ପାଇଁ ବିଛା ଯାଇଥିଲା ଫାସ। ଆଉ ସେହି ଫାସରେ ଫସି ଯାଇଥିଲା କଲରା ପତାରିଆ ବାଘ। ଫାସରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଫାସରୁ ବାଘ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି। ବାଘକୁ ପ୍ରଥମେ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ତାକୁ ଫାସରୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0