spot_img

ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ । କଂଗ୍ରେସ ସମେତ ୧୬ ରାଜନୈତିକ ଦଳ ମିଶି ୨୯ ଫେବୃଆରୀକୁ ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ସବୁ ରାଜନୈତିକ ଦଳ ପକ୍ଷରୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଦ କରି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଏହାକୁ ସମର୍ଥନ ଜଣାଇ ଆମ ଆଦମି ପାର୍ଟି ନେତା ସଞ୍ଜୟ ସିଂହ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରୁଛୁ ଓ କରିବୁ । ତେଣୁ ଆମ ଆଦମି ପାର୍ଟି ରାଷ୍ଟ୍ରପତିଙ୍କ ଭାଷଣକୁ ବହିଷ୍କାର କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular