spot_img

ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କମୁଛି କରୋନା ସଂକ୍ରମଣ କିନ୍ତୁ ବଢ଼ୁଛି ମୃତୁ୍ୟ । ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜିନିତ ମୃତୁ୍ୟ ସଂଖ୍ୟା ୧ହଜାର ୩୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ଜଣ, ସମ୍ବଲପୁର ୩ , ମୟୁରଭଞ୍ଜରୁ ୨ଜଣ, ବରଗଡ଼ରୁ ୨ଜଣ, କଟକରୁ ୧, ମାଲକାନଗିରି ୧, ବଲାଙ୍ଗୀର ୧, ପୁରୀ ଏବଂ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular