ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ୮୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୪୯୯ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୬୯ ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୧ହଜାର ୭୮୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୫୪ଜଣ, ବାଲେଶ୍ୱରରୁ ୧୮ଜଣ,ବରଗଡ଼ରୁ ୨୧, ଭଦ୍ରକ ଜିଲ୍ଲାରୁ ୧୩,ବଲାଙ୍ଗୀର ୩୪, ବୌଦ୍ଧ ୧, କଟକ ଜିଲ୍ଲାରୁ ୬୪ଜଣ, ଦେଓଗଡ଼ରୁ ୭ଜଣ, ଢେଙ୍କାନାଳରୁ ୧୮ଜଣ,ଗଜପତିରୁ ୩, ଗଞ୍ଜାମରୁ ୧୧ଜଣ, ଜଗତସିଂହପୁରରୁ ୪୪ଜଣ, ଯାଜପୁରରୁ ୩୧ଜଣ, ଝାରସୁଗୁଡ଼ାରୁ ୨୧ଜଣ, କଳାହାଣ୍ଡିରୁ ୨୦ଜଣ, କନ୍ଧମାଳରୁ ୬ଜଣ, କେନ୍ଦ୍ରାପଡ଼ାରୁ ୩୫ଜଣ, କେନ୍ଦୁଝରରୁ ୩୯ଜଣ, ଖୋର୍ଦ୍ଧାରୁ ୧୨୬ଜଣ, କୋରାପୁଟରୁ ୧୨ଜଣ, ମାଲକାନଗିରିରୁ ୧୨ଜଣ, ମୟୁରଭଞ୍ଜରୁ ୪୬ଜଣ, ନବରଙ୍ଗପୁରରୁ ୧୪ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୪୬ଜଣ, ପୁରୀରୁ ୨୮ଜଣ, ରାୟଗଡ଼ା ୭, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୮୭ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ହଜାର ୩୬୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୧ହଜାର ୭୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୪ଲକ୍ଷ ୨୪ହଜାର ୭୬୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0