ନୂଆଦିଲ୍ଲୀ: କେନ୍ଦ୍ରିୟ ଯାଞ୍ଚ ସଂସ୍ଥା ସିବିଆଇର ତଦନ୍ତ ଉପରେ ସବୁବେଳେ ପ୍ରଶ୍ନ ଉଠୁଥାଏ । ତେବେ ସିବିଆଇର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ନା ନାହିଁ ଏନେଇ ଆଜି ସର୍ବୋଚ୍ଚ ଅଦାଲତ ଏକ ବଡ ଘୋଷଣା କରିଛନ୍ତି । ଏବେ ସିବିଆଇ ଯାଞ୍ଚ ପାଇଁ ରାଜ୍ୟ ପାଖରୁ ଅନୁମତି ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ ଏହି ପ୍ରାବଧାନଟି ସମ୍ବିଧାନର ସଂଘୀୟ ଚରିତ୍ରର ଅନୂରୁପ ବୋଲି କହିଛନ୍ତି । ଅନ୍ୟପଟେ କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସମେତ ମହାରାଷ୍ଟ୍ର ସରକାର ସିବିଆଇକୁ ରାଜ୍ୟ ଭିତରକୁ ଆସିବା ପାଇଁ ରୋକ ଲଗାଇଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ଯାଞ୍ଚର ଅଧିକାର ସିବିଆଇ ପାଖରୁ ଫେରେଇ ନେବା ପରେ ମଧ୍ୟ ଯାଞ୍ଚରେ କୌଣସି ପରିବର୍ତ୍ତନ ଆସିନଥିଲା । କିନ୍ତୁ ଆଜିର ଘୋଷଣା ପରେ ସିବିଆଇକୁ ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ନେବା ପାଇଁ ପଡିବ । ସିବିଆଇ ଦିଲ୍ଲୀ ବିଶେଷ ପୁଲିସ ସ୍ଥାପନା ଅଧିନିୟମ ୧୯୪୬ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ । ଏହି ନିୟମାନୁସାରେ, ସିବିଆଇକୁ କୌଣସି ରାଜ୍ୟରେ କିଛି ବି ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବା ଆବଶ୍ୟକ ହୋଇଥାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0