spot_img

ଆଜି ରାଜ୍ୟରେ ୯୮୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ରାଜ୍ୟରେ ଏକ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ରାଜ୍ୟରେ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୫୭୨ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ  ୪୨୫ ଜଣ ସ୍ଥାନୀୟ  ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩  ହଜାର ୭୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୮୬ଜଣ, ବାଲେଶ୍ୱରରୁ ୨୫ଜଣ,ବରଗଡ଼ରୁ ୩୧, ଭଦ୍ରକ ଜିଲ୍ଲାରୁ ୪,ବଲାଙ୍ଗୀର ୪୩, ବୌଦ୍ଧ ୭, କଟକ ଜିଲ୍ଲାରୁ ୮୫ଜଣ, ଦେଓଗଡ଼ରୁ ୨ଜଣ, ଢେଙ୍କାନାଳରୁ ୨୨ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୪୫ଜଣ, ଯାଜପୁରରୁ ୨୭ଜଣ, ଝାରସୁଗୁଡ଼ାରୁ ୩୪ଜଣ, କଳାହାଣ୍ଡିରୁ ୨୩ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୬୦ଜଣ, କେନ୍ଦୁଝରରୁ ୩୦ଜଣ, ଖୋର୍ଦ୍ଧାରୁ ୮୬ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୮୪ଜଣ, ନବରଙ୍ଗପୁରରୁ ୨୨ଜଣ, ନୟାଗଡ଼ରୁ ୧୧ଜଣ, ନୂଆପଡ଼ାରୁ ୪୧ଜଣ, ପୁରୀରୁ ୨୯ଜଣ, ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୧୭ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୧୦୭ଜଣ ରହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୮୯ହଜାର ୬୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ୨୭ହଜାର ୯୫୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular