ମୋହନା : ଭାରସାମ୍ୟ ହରାଇ ବ୍ରିଜ୍ରେ ପିଟି ହେଲା ବସ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ । ‘ମହାବୀର’ ନାମକ ଏକ ଘରୋଇ ବସ୍ ୫୦ ଯାତ୍ରୀଙ୍କୁ ଧରି ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖେମୁଣ୍ଡିଖେଲ ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍ର ଗାର୍ଡ ୱାଲ୍ରେ ପିଟି ହୋଇଯାଇଥିଲା। ଗାର୍ଡ ୱାଲ୍ ଭାଙ୍ଗି ଯାଇଥିଲା ଓ ବସ୍ର ବାମ ପାର୍ଶ୍ୱର କିଛି ଅଂଶ ବ୍ରିଜ୍ ତଳକୁ ଝୁଲି ରହିଥିଲା। ବସ୍ର ବାମ ପାର୍ଶ୍ୱର ସମ୍ମୁଖ ଚକ ସଂପୂର୍ଣ୍ଣ ଭାବେ ବ୍ରିଜ୍ ତଳକୁ ଝୁଲି ରହିଥିଲା।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0