spot_img

ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ

ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ ।  ଗତ ୨୪ ଘଣ୍ଟାରେ ୪୭ ହଜାର ୯୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୮୬ ଲକ୍ଷ ୮୩ ହଜାର ୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୧୨୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ହଜାର ୭୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୮୦ ଲକ୍ଷ ୬୬ ହଜାର ୫୦୨ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରହିଛନ୍ତି ୪ ଲକ୍ଷ ୮୯ ହଜାର ୨୬୪ ଜଣ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular