spot_img

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଘୋଡା ହାଡ଼ ନଦୀରେ ଯୁବକଙ୍କ ମୃତଦେହ ସକାଳୁ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ଶଙ୍କର ଲେଙ୍କା। ଶଙ୍କର କାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ଖୋଜି ପାଇନଥିଲେ । ତେବେ ସକାଳୁ ନଦୀକୁ ଆସିଥିବା ଗ୍ରାମବାସୀ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular