ନୂଆଦିଲ୍ଲୀ: ବର୍ତ୍ତମାନ ଆଧାର ଲିଙ୍କ ହେବ ସଂପତି । ଆକାଉଣ୍ଟ ଭଳି ଏବେ ଜମିବାଡି କାଗଜପତ୍ରକୁ ମଧ୍ୟ କରାଯିବ ଆଧାର ନମ୍ବର ସହ ସଂଯୋଗ । ତେବେ ଏହା କେବଳ ଜନତାଙ୍କ ପାଇଁ ନୁହେଁ ବରଂ ଦେଶର ବଡ ବଡ ନେତା, ମନ୍ତ୍ରୀ, କର୍ମଚାରୀ ଏବଂ ଏମାନଙ୍କ ଅଧିନରେ ଆସୁଥିବା ପରିବାର ସଦସ୍ୟଙ୍କ ସଂପତିକୁ ବି ବାଧ୍ୟତାମୂଳକ ଭାବେ ଆଧାରକାର୍ଡ ସହ ସଂଯୋଗ କରିପାରନ୍ତି ସରକାର । ତେବେ ଏନେଇ ଜନ ସର୍ବେକ୍ଷଣରେ ସାମିଲ ହୋଇଥିବା ଅଧିକାଂଶ ଲୋକ ମତପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ଦେଶର ପ୍ରତିଟି ବ୍ୟକ୍ତିଙ୍କ ସଂପତିକୁ ଆଧାର ସହ ଲିଙ୍କ୍ କରିବା ସହିତ ସମସ୍ତ ମନ୍ତ୍ରୀ, ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତିଟି ସଂପତିକୁ ବାଧ୍ୟତାମୂଳକ ଭାବେ ପ୍ରକାଶିତ କରିବାକୁ ମଧ୍ୟ ଏହି ସର୍ଭେରେ କୁହାଯାଇଛି । ଯାହାଦ୍ୱାରା କଳା ଧନ ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ସର୍ବେକ୍ଷଣରେ ସାମିଲ ହୋଇଥିବା ଲୋକେ କହିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0