କୋଣାର୍କ: ଆନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ଉତ୍ସବର ଆଜି ଉଦଯାପନୀ ଦିବସ । ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ ହେବ । ଦର୍ଶକଙ୍କ ମନ ମୋହୁଛି ବାଲୁକା ଶିଳ୍ପୀଙ୍କ ସୁନ୍ଦର ସୁନ୍ଦର ବାଲୁକା କଳା । ଗତ ୧ ତାରିଖରୁ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେଉଛି ଏହି ଉତ୍ସବ । ରାଜ୍ୟ ପର୍ୟ୍ୟଟନ ବିଭାଗ ଦ୍ଵାରା ଏହି ଉତ୍ସବର ଆୟୋଜନ କରାଯାଇଛି ।
ସେପଟେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ବ୍ୟାପୀ ଆୟୋଜିତ ହୋଇଥିବା ୩୧ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କୋଲକାତାର ରନନ ଅନୁଷ୍ଠାନର ଶିଳ୍ପୀ ବିକ୍ରମ ଲାଇଙ୍ଗର ଓ ସାଥି କାଳାକାର ମାନଙ୍କଦ୍ଵାରା କଥକ ନୃତ୍ୟ ପରିବେଷଣ କରାଯାଇଥିଲା ଆଜି ଶେଷ ସନ୍ଧ୍ୟାରେ ଗୁରୁ କେଲୁଚରଣ ମହାପାତ୍ର ରିସର୍ଚ ସେଣ୍ଟର ଦ୍ଵାରା ଓଡିଶୀ ଓ ନୂଆଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ଅଦିତି ମଙ୍ଗଲ ଦାଶ ଓ ସାଥି କଳାକାର ମାନଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହେବ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0