spot_img

ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ନିଆଳି: ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର କାଳିଆ ଘାଇ ଛକ ନିକଟରେ ସଡକ ଦୁର୍ଘଟଣା । ନିଆଳି ଅଭିମୁଖେ ଆସୁଥିବା ଏକ ପରିବା ବୋଝେଇ ଟ୍ରକ ଧକାରେ ଜଣେ ସାଇକେଲ ଆରୋହୀ ମୃତ । ଟ୍ରକ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଶରତ ଦଳାଇ । ତେବେ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକ ୬୦ ନମ୍ବର ରାଜ୍ୟ ରାଜପଥରକୁ ଅବରୋଧ କରିଥିଲେ । ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular