ଆନନ୍ଦପୁର : ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ ଘଟିଛି। ଅଘଟଣଘଟଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୁମୁଣିଆଁ ଗାଁରେ । ମୃତ ମହିଳା ଗାଁର ପଦ୍ମଲୋଚନ ନାଇକଙ୍କ ପତ୍ନୀ ଦମୟନ୍ତୀ ନାଇକ ।
ସୂଚନା ଅନୁସାରେ ଦମୟନ୍ତୀ ନିଜ ଘରେ ଲାଗିଥିବା ଏକ ଇଲେକ୍ଟ୍ରିକ ବଲବ୍ ଫ୍ୟୁଜ୍ ହୋଇଯାଇଥିବାରୁ ତାକୁ ବଦଳାଇ ନୂଆ ବଲବ୍ ଲଗାଇବାକୁ ଚେଷ୍ଟା କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ପରିବାର ଲୋକ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0