spot_img

ଆଜି ପ୍ରକାଶ ପାଇବ ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଆଇସିଏସଇ ରେଜଲ୍ଟ । ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାତିଲ ହୋଇଥିବା କେତେକ ପରୀକ୍ଷା ଜୁନ୍ ଏବଂ ପରେ ଜୁଲାଇକୁ ଘୁଂଚାଯାଇଥିଲା ।କିନ୍ତୁ ସଂକ୍ରମଣ ବଢୁଥିବା ଦେଖି ଏସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହା ପରେ ଆଇସିଏସଇ ଅନ୍ତର୍ଗତ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳ ପ୍ରକାଶ ଆଜି ପ୍ରକାଶ ପାଇବ । ଚଳିତ ବର୍ଷ ରାଜ୍ୟର ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆଇସିଏସଇ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୩ଟା ପରେ ଆଇସିଏସ୍ଇ, ଆଇଏସ୍ସି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ cisce.org କିମ୍ବା results.cisce.org ୱେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ। ଏହାବାଦ୍ ଛାତ୍ରଛାତ୍ରୀ ଏସ୍ଏମ୍ଏସ୍ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular