ଦୁବାଇ: ଦୁବାଇରେ ଚଳିତ ବର୍ଷ ଆଇପିଏଲ ସଂସ୍କରଣର ଆଜି ୧୪ତମ ମ୍ୟାଚ । ଚେନ୍ନାଇ ସୁପରକିଙ୍ଗସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି କଡ଼ା ଟକ୍କର । ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ଆଜି ଚେନ୍ନାଇ ସୁପରକିଙ୍ଗସ । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ତା’ର ସ୍ଥାନ ବଜାୟ ରଖିବା ପାଇଁ ଆଶ ରଖିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ପଏଣ୍ଟ ଟେବୁଲରେ ଶେଷରେ ଅଛି । ତେଣୁ ଆଜିର ମ୍ୟାଚକୁ ଜିତିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି ସିଏସକେ । ସିଏସକେ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ଫ୍ଲାପ ଡ଼ୁପ୍ଲେସିସ ଓ ଅମ୍ବାତି ରାୟଡ଼ୁ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ବୋଲିଂରେ ଲୁଙ୍ଗି ଏନଗିଡ଼ି, ରବିନ୍ଦ୍ର ଜାଡ଼େଜା ଏବଂ ପିୟୁଷ ଚାୱାଲା ପ୍ରମୁଖ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ସନରାଇଜର୍ସ ହାଇଦ୍ରାବାଦ ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେହିପରି ଦଳର ବ୍ୟାଟିଂ ଓପନର ମୁରଲୀ ବିଜୟ ଓ ସ୍ୱେନ ୱାଟସନ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ସିଏସକେ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇପାରିବ । ସେହିପରି ଡ଼େଭିଡ଼ ୱାର୍ନରଙ୍କ ନେତୃତ୍ୱାଧିନ ସନରାଇଜର୍ସ ହାଇଦ୍ରାବାଦ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଅନ୍ୟପଟେ ଟିମର ବ୍ୟାଟିଂରେ କେବଳ ଜନି ବେୟାରଷ୍ଟ କେନ ୱିଲିୟମସନ ଓ କ୍ୟାପଟେନ ଡ଼େଭିଡ଼ ୱାର୍ନର ହିଁ ଭଲ ଫର୍ମରେ ଅଛନ୍ତି । ସେହିପରି ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦ ଭଳି ଚମକ୍ରାର ବୋଲର ଟିମରେ ଅଛନ୍ତି । ଅନ୍ୟପଟେ ସ୍ଫିନର ରସିଦ ଖାନ ପୂର୍ବ ମ୍ୟାଚରେ ତାଙ୍କ ବୋଲିଂର ଯାଦୁ ଦେଖାଇ ପାରିଛନ୍ତି । ଯାହାକି ଆଜିର ମ୍ୟାଚରେ ଟିମର ଜିତିବା ଆଶାକୁ ଉଜ୍ଜ୍ୱଳ କରିଛି । ତେବେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ ଓ ଅଧିନାୟକ ଡ଼େଭିଡ଼ ୱାର୍ନରଙ୍କ ମଧ୍ୟରେ ଆଜିର ଆଇପିଏଲ ଲଢେଇ ଅନ୍ୟତମ ଆକର୍ଷଣ ହେବ ବୋଲି ଖେଳ ବିଶେଷଜ୍ଞ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0