ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ବିଜେଡ଼ିର ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ଆରମ୍ଭହୋଇଛି । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମସ୍ତ ସାଂସଦ, ବିଧାୟକ ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତ । ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ୨୦ ବର୍ଷ ଧରି ବିଜେଡ଼ି ରାଜ୍ୟବାସୀଙ୍କ ସୁଖଦୁଃଖର ସାଥି ହୋଇରହିଛି । ଏଥି ସହିତ ପ୍ରତି ପଞ୍ଚାୟତରେ ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିବା ସହ ପ୍ଲାଜମା ଦାନର ମହାନତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ସହ ସାମିଲ ହୁଅନ୍ତୁ । କରୋନା ବିରୋଧରେ ସଂଗ୍ରାମ ଜାରି ରହିବ, ଓଡ଼ିଶା ଜିତିବ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0