spot_img

ପ୍ରଥମ ପର୍ୟ୍ୟାୟ ଟିକାକରଣର ଆଜି ଶେଷ ଦିନ, ଟିକା ନେଲେ ବିଏମସି କମିଶନର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଟିକାକରଣର ଆଜି ଶେଷ ଦିନ। ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ। କ୍ୟାପିଟାଲ ହସ୍ପିଟାଲରେ କୋଭାକ୍ସିନ୍ ଟିକା ନେଲେ ବିଏମସି କମିଶନର। ଅନ୍ୟମାନଙ୍କୁ ଟୀକା ନେବାକୁ ଦେଲେ ପରାମର୍ଶ। ଟିକାକରଣ ଅବଧି ପୁଣି ବଢ଼ିବା ସମ୍ଭାବନା ରହିଛି। ଏବେ ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ଜାରି ରହିଛି। ରାଜସ୍ୱ, ଗୃହ ଉନ୍ନୟନ, ଗୃହ ବିଭାଗ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ଆସନ୍ତା ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକ ଓ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ଟୀକା। ପ୍ରାୟ ୨୦ରୁ ୨୫ହଜାର ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରାଯାଇଛି। କରୋନା ସମୟରେ ଘର ଘର ବୁଲି ପ୍ରସ୍ତୁତ ହୋଇଥିଲା ଡାଟା ବେଶ। ଦ୍ୱିତୀୟ ଷ୍ଟ୍ରେନ ପାଇଁ ଚିନ୍ତା କରିବାରଆବଶ୍ୟକତା ନାହିଁ। ଗତ କାଲି ଠାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରାଯାଇଛି। ସକାଳ ୭ଟା ଠାରୁ ୨ଟା ଓ ପୁଣି ୨ଟା ଠାରୁ ରାତି ୯ଟା ପର୍ୟ୍ୟନ୍ତ ଦୁଇଟି ସ୍ୱତନ୍ତ୍ର ଟିମ ନିୟୋଜିତ ରହିଛନ୍ତି। ମୁଖ୍ୟତଃ ଯେଉଁ ରାଜ୍ୟରେ କରୋନା ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ରଖାଯାଇଛି ତୀକ୍ଷଣ ନଜର। ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ପାଇଁ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ତେବେ ଏଥିପାଇଁ ବିଚାର ବିମର୍ଷ ଜାରି ରହିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular