ଦୁବାଇ: କୋଭିଡ଼ ମହାମାରୀ ଅବଧିରେ ଆରମ୍ଭ ହୋଇଥିବା ୧୩ତମ ଆଇପିଏଲ ସଂସ୍କରଣର ଚତୁର୍ଥ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଆଜି ମୁହାଁ ମୁହିଁ ହେବେ । । ତେବେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲର ଉଦଘାଟନୀ ମ୍ୟାଚରୁ ହିଁ ତାର ବିଜୟ ଅଭିଯାନ ଆରମ୍ଭ କରିଥିଲା । ଅନ୍ୟ ପଟେ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରୁ ହିଁ ରୟାଲ୍ସ ମଧ୍ୟ ତା’ର ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଟିମର ସମର୍ଥକ ଆଶା ରଖିଛନ୍ତି । ସେପଟେ ଆଇପିଏଲରେ ରୟାଲ୍ସ ବିପକ୍ଷରେ ସିଏସକେର ଭଲ ରେକର୍ଡ଼ ଥିବାବେଳେ, ରୟାଲ୍ସର ଷ୍ଟାର ବ୍ୟାଟସମ୍ୟାନ ଜୋସ ବଟଲର ଓ ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଟିମ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ସିଏସକେ ଦଳ ତରଫରୁ ରାୟଡୁ, ଫାପ ଡୁପ୍ଳେସି ଓ କୁରାନ ଭଲ ଫର୍ମରେ ଅଛନ୍ତି । ତେଣୁ ରୟାଲ୍ସ ବିପକ୍ଷ ମ୍ୟାଚରେ ଆଜି ପୁନଃବାର ଭଲ ପ୍ରଦର୍ଶନ କରିବେ ବୋଲି ସିଏସକେ ସମର୍ଥକ ଆଶା ରଖିଛନ୍ତି । ସିଏସକେ ଟିମରେ ବ୍ରାଭୋଙ୍କ ବଦଳରେ ଖେଳୁଥିବା ଅଲରାଉଣ୍ଡର ସାମ କରନ ତାଙ୍କ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଏବେ ଦେଖିବାର ଅଛି ଷ୍ଟିଭେନ ସ୍ମିତଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସର ଏବଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ଆଜିର ମ୍ୟାଚରେ କିପରି ପ୍ରଦର୍ଶନ କରୁଛନ୍ତି !



Visitors Today : 2
Total Visitors : 130171
Total Views : 9891617
Visitors Online Now : 0