ମୁମ୍ବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୧ତମ ମ୍ୟାଚ । ସାରଜା ଷ୍ଟାଡିୟମରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିବା ଲକ୍ଷରେ ପଡିଆକୁ ଓହ୍ଲାଉଛି ଆଜି ପଞ୍ଜାବ । ଉଭୟ ଦଳଙ୍କ ପାଇଁ ଆଜିର ମ୍ୟାଚ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହେବାକୁ ଯାଉଛି । ଚଳିତ ବର୍ଷ ଆଇପିଏଲ ପଏଣ୍ଟ ଟେବୁଲରେ କିଙ୍ଗସ ଏକାଦଶ ପଞ୍ଜାବ ଶେଷରେ ରହିଛି । ତେଣୁ ଆଜିର ମ୍ୟାଚ ପଞ୍ଜାବ ଦଳ ପାଇଁ କର ବା ମର ମ୍ୟାଚ ହେବାକୁ ଯାଉଛି । ତେବେ ଆଜିର ଆଇପିଏଲ ମ୍ୟାଚ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଏକାଦଶ ପଞ୍ଜାବ ଚଳିତ ବର୍ଷ ଆଇପିଏଲ ପଏଣ୍ଟ ଟେବୁଲରେ ଶେଷରେ ଅଛି । ତେବେ ଆଜିର ମ୍ୟାଚ ଜିତି ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି କିଙ୍ଗସ ଏକାଦଶ ପଞ୍ଜାବ । ଏହି ଦଳରେ କେଏଲ ରାହୁଲ, କରୁଣ ନାୟାର, ମୟଙ୍କ ଅଗ୍ରୱାଲ, ଗ୍ଲେନ ମ୍ୟାକ୍ସୱେଲ ଓ ନିକୋଲାସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଭାରତୀୟ ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ପଞ୍ଜାବ ଟିମର ବୋଲିଂ ନେତୃତ୍ୱ ନେଇଛନ୍ତି । ସେହିପରି ସ୍ଫିନର ଅଶ୍ୱିନ ଓ ରବି ବିଷ୍ନୋୟୀଙ୍କ ଭଳି ପ୍ରମୁଖ ବୋଲର ଟିମରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ପଞ୍ଜାବ ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ ।

ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଟିମ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ଏବି ଡି ଭିଲସ ତାଙ୍କ ବ୍ୟାଟିଂର ଯାଦୁ ଦର୍ଶକଙ୍କୁ ଦେଖାଇପାରିଥିଲେ । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଓ ନମଦ୍ୱୀପ ସାଇନିଙ୍କ ଭଳି ପ୍ରମୁଖ ବୋଲର ଅଛନ୍ତି । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜଳ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0